ପାରିବାରିକ ସଂକଟ ଦୂର କରୁ

ପାରିବାରିକ ସଂକଟ ଦୂର କରୁ

ଅଧ୍ୟୟନ କରିବାବେଳେ ଟେଲିଫୋନର ଘଣ୍ଟି ବାଜି ଉଠିଲା । ମୁଁ ଫୋନ୍ ଉଠାଇଲି । ତାହା ପାରିବାରିକ ସଂକଟର ସମ୍ମୁଖୀନ ହୋଇଥିବା
‘ଜା’ ନାମକ ଏକ ବ୍ୟକ୍ତିର ଫୋନ ଥିଲା । ସେ ଆପଣା ସମସ୍ୟା ସମାଧାନ କରିବା ପାଇଁ ମୋର ସାହାଯ୍ୟ ମାଗୁଥିଲେ । ମୁଁ ତାହାଙ୍କୁ ମୋ ଗୃହକୁ ଆସିବାକୁ କହିଲି । କିଛି ସମୟ ପରେ ସେ ମୋ ଗୃହରେ ପହଞ୍ଚିଗଲେ । ଆମେ ବାର୍ତ୍ତାଳାପ କଲୁ । ତାଙ୍କ କଥାରୁ ମୁଁ ବୁଝିଲି, ତାଙ୍କର ୧୨ ବର୍ଷର ବୈବାହିକ ଜୀବନର ପ୍ରାୟ ପୂର୍ଣ୍ଣଚ୍ଛେଦ ପଡ଼ିଯାଇଥିଲା ।

ଜାନୀଙ୍କର ସ୍ତ୍ରୀ ଆଶାକୁ ମିଶାଇ ମୁଁ ସମସ୍ୟାର ସମାଧାନ କରିବାକୁ ଚାହିଁଲି । ଯାହା କିଛି ହେଉନା କାହିଁକି ବର୍ତ୍ତମାନ ଏହି ବ୍ୟକ୍ତି ସହିତ ସେ ଆଉ ରହି ପାରିବ ନାହିଁ । ୧୨ ବର୍ଷର ବୈବାହିକ ଜୀବନ ଯଥେଷ୍ଟ ହେଲା । କୌଣସି ପ୍ରକାରେ ଏହି ନରକ ସଦୃଶ ଜୀବନରୁ ସେ ତ୍ରାହି ଚାହୁଁଥିଲା । ଗୃହରେ ସେ ଯାହା କିଛି କରେ, ତେବେ ମଧ୍ୟ ତା’ର ସ୍ବାମୀ ଦୋଷ ଦେଉଥିଲେ । କୌଣସୀ ସ୍ତ୍ରୀ ସହିତ ଏପରି ନ ହେଉ । ଆଶାର ବକ୍ତବ୍ୟ ଥିଲା ଯେ, ସେ କେବେହେଲେ ସେଠାରେ ଶାନ୍ତିରେ ରହିପାରିନାହିଁ ।
ଆପଣ ଏବଂ ଆପଣଙ୍କର ସ୍ତ୍ରୀ ମୁଁ ଶାନ୍ତ ସ୍ବରରେ ଆଶାକୁ ପଚାରିଲି, ତୁମେ ଆପଣା ସ୍ବାମୀର କେଉଁ ପ୍ରକାର ପରିବର୍ତ୍ତନ ଚାହୁଁଅଛ ଯେଉଁଥିରେ ତୁମେ ତାଙ୍କ ସହିତ ଶାନ୍ତିରେ ରହିପାରିବ ? 
“ବର୍ତ୍ତମାନ ଏହି ବ୍ୟକ୍ତି ସହିତ ବଞ୍ଚିବା କୌଣସି ପ୍ରକାରେ ସମ୍ଭବ ନୁହେଁ ।” ସେ ସ୍ପଷ୍ଟ ଭାବରେ ଉତ୍ତର ଦେଲା । ଆଶାର କଥା ଅନୁସାରେ ତା’ର ସ୍ବାମୀ ଏକ କଠୋର ବ୍ୟକ୍ତି ଅଟନ୍ତି, ପୁଣି ତା’ ସହିତ ବଞ୍ଚିବା ଏକବାରେ ଅସମ୍ଭବ ଅଟେ । ଜାନୀ ତା’ ସହିତ ଅନେକ କଠୋର ବ୍ୟବହାର କରିଛନ୍ତି । ଏହି ପରିସ୍ଥିତିରେ କାହିଁକି ଓ କିପରି ତାଙ୍କ ସହିତ ବଞ୍ଚିପାରିବି ?” ସେ ବିରକ୍ତ ହୋଇ ଏହା କହିଲା । ପରବର୍ତ୍ତୀ ସମୟରେ ମୁଁ ଦୁଇ ଜଣଙ୍କ ସହିତ ପୃଥକ ପୃଥକ କଥାବାର୍ତ୍ତା କଲି । ଜାନୀଙ୍କୁ ଜଣାପଡ଼ିଲା ଯେ ତାଙ୍କ ବ୍ୟବହାରରେ ଆଶାଙ୍କୁ କେତେ ଆଘାତ ପ୍ରାପ୍ତ ହୋଇଅଛି ।
ଯେତେବେଳେ ମୁଁ ଜାନୀଙ୍କୁ ଏହା ପଚାରିଲି ଯେ, ସେ କ’ଣ ଆପଣାର ପୁରୁଣା ସ୍ବଭାବ ପରିତ୍ୟାଗ କରିବା ପାଇଁ ପ୍ରସ୍ତୁତ ଅଟନ୍ତି ? ସେତେବେଳେ ସେ ଆପଣା ପୁରୁଣା ସ୍ବଭାବ ପରିତ୍ୟାଗ କରିବା ପାଇଁ ପ୍ରସ୍ତୁତ ହୋଇଗଲେ । ପୁଣି ପ୍ରଭୁ ଯୀଶୁଙ୍କ ସମ୍ମୁଖରେ ଆପଣା ପାପ ସ୍ଵୀକାର କରି ପ୍ରଭୁଙ୍କ ପାଇଁ ଜୀବନ ଅତିବାହିତ କରିବାକୁ ନିଶ୍ଚୟ କଲେ । ବଡ଼ କଷ୍ଟରେ ଆଶା ପ୍ରାର୍ଥନାରେ ଯୋଗ ଦେଲା । ଉଭୟ ଆପଣ ଭୁଲ ଅନୁଭବ କଲେ । ଜାନୀ ଆଶାକୁ ଆଲୀଙ୍ଗନ କଲା । ପୁଣି ଉଭୟେ ଆପଣା ପୁରୁଣା ଜୀବନକୁ ପରିତ୍ୟାଗ କରିବାକୁ ନିର୍ଣ୍ଣୟ କଲେ । ପ୍ରଭୁ ଉଭୟଙ୍କ ଜୀବନରେ ଆଶ୍ଚର୍ଯ୍ୟ କାର୍ଯ୍ୟ ସାଧନ କଲେ । ବର୍ତ୍ତମାନ ତ୍ୟାଗପତ୍ର ନୁହେଁ ମାତ୍ର ଶାନ୍ତି ଏବଂ ଆନନ୍ଦ ଦିଗକୁ ସେମାନଙ୍କ ଜୀବନ ଗତି କଲା । 

( ପାରିବାରିକ ସଂକଟ ଦୂର କରୁ )


ପାରିବାରିକ ଜୀବନ ସମ୍ବନ୍ଧରେ ପ୍ରତ୍ୟେକଙ୍କ ଦୃଷ୍ଟିକୋଣ ଭିନ୍ନ ଅଟେ । ଥରେ ମୁଁ ଜଣେ କଲେଜ ବିଦ୍ୟାର୍ଥୀକୁ ପଚାରିଲି ଯେ ସେ କିପରି ଜୀବନ ସାଥୀ ଇଚ୍ଛା କରେ ? ସେ ଉତ୍ତର ଦେଲା ଯେ ସ୍ତ୍ରୀ ଏପରି ହେବ, ଯେ’କି ତା’କୁ ଈଶ୍ବର ମନେ କରି ତା’ର ପ୍ରତ୍ୟେକ ଇଚ୍ଛା ପୂର୍ଣ୍ଣ କରିବ । ମୋର ମନେ ହେଲା ଯେ, ସେ ସ୍ତ୍ରୀ ନୁହେଁ ମାତ୍ର ଏକ ଦାସୀ ଚାହେଁ । ଏକ ଇଲେକ୍ଟ୍ରିସିଆଠ, ଡ଼ାକ୍ତର କିମ୍ବା ଇଞ୍ଜିନିୟର ହେବା ପାଇଁ ନିଶ୍ଚିତ ସମୟର ପ୍ରଶିକ୍ଷଣ ପ୍ରାପ୍ତ ହେବା ଜରୁରୀ ଅଟେ । 

ଆଜିର ଯୁବ ବଂଶଧରକୁ ଏକଉତ୍ତମ ସ୍ଵାମୀ କିମ୍ବା ଉତ୍ତମ ସ୍ତ୍ରୀ ହେବା ପାଇଁ ଉଚିତ୍ ମାର୍ଗ ଦର୍ଶନ ଏବଂ ପ୍ରଶିକ୍ଷଣ ଅବଶ୍ୟ ଦେବା ଆବଶ୍ୟକ । ପାରିବାରିକ ଜୀବନରେ ସ୍ବାମୀ, ସ୍ତ୍ରୀ ଉଭୟଙ୍କର ବହୁତ ପ୍ରକାର ଦାୟିତ୍ଵ ରହିଅଛି । ବାଇବଲ କହେ, “ମୋର ଜ୍ଞାନ ଅଭାବରେ ମୋର ପ୍ରଜା ବିନା ହୋଇଅଛନ୍ତି । ଏହି ଦିଗରେ ବାଇବଲ ଶିକ୍ଷା ନ ବୁଝି, ଈଶ୍ବରଙ୍କ ପ୍ରତି ଭୟ ଓ ଭକ୍ତି ନ ଥିବାରୁ ଆଜି ପାରିବାରିକ ଜୀବନର ଅଧୋଗତି ହୋଇ ଯାଉଅଛି ।

ପରମେଶ୍ବର ଚାହାନ୍ତି ଯେ ସ୍ଵାମୀ – ସ୍ତ୍ରୀଙ୍କର ସୁଦୃଢ ସମ୍ବନ୍ଧର ମୂଳଦୁଆ ଉପରେ ପରିବାର ଆପଣା ଜୀବନର ଚଲାପଥରେ ଅଗ୍ରସର ହେଉ । ପ୍ରଭୁ ଯୀଶୁ ରୂପକ ଚଟାଣ ଉପରେ ପରିବାର ନିର୍ମାଣ ହେବା ଉଚିତ, ନଚେତ ପାରିବାରିକ ଜୀବନ ବିପଦରେ ଭାଙ୍ଗି ପଡ଼ିବ । ଅଧୋଗାମୀ ପରିବାର ନିମନ୍ତେ ଆଶା ଏବଂ  ଦୃଢ଼ତା କେବଳ ପ୍ରଭୁ ଯୀଶୁଙ୍କଠାରେ ଅଛି । ଯୀଶୁଙ୍କ ଦ୍ୱାରା ପ୍ରାପ୍ତ ନୂତନ ଜୀବନ ସ୍ଵାମୀ ଓ ସ୍ତ୍ରୀ ଉଭୟଙ୍କ ପାଇଁ ବାସ୍ତବ ଲକ୍ଷ୍ୟ ଏବଂ ଦୃଷ୍ଟିକୋଣ ପ୍ରଦାନ କରେ । ପାରିବାରିକ ସଙ୍କଟ ଦୂର କରିବାର ଏହା ହିଁ ପନ୍ଥା ଅଟେ ।

ବାଇବଲ କହେ, “ଈଶ୍ବର ସେହି ଅଜ୍ଞାନତାର କାଳ ଉପେକ୍ଷା କରିଅଛନ୍ତି ସତ୍ୟ, କିନ୍ତୁ ଏବେ ସେ ସର୍ବତ୍ର ସମସ୍ତ ମନୁଷ୍ୟଙ୍କୁ ମନ ପରିବର୍ତ୍ତନ କରିବା ନିମନ୍ତେ । 


ଆପଣ ଏବଂ ଆପଣଙ୍କର ସ୍ତ୍ରୀ

( ପ୍ରେରିତ : ୧୭ : ୩୦) । ଏହା ମୋର ନୁହେଁ ମାତ୍ର ପରମେଶ୍ବରଙ୍କ ବାକ୍ୟ ଅଟେ । ବାଇବଲ ଅନୁସାରେ ଚାଳିତ ଏକ ସ୍ଵାମୀ କୁ ଆପଣ ଉତ୍ତରଦାୟିତ୍ବ ସମ୍ପୁର୍ଣ୍ଣ କରିବାକୁ ଶକ୍ତି ଏବଂ ଧୈର୍ଯ୍ୟ ପ୍ରଭୁ ଦିଅନ୍ତି ।

ଆମ ସମାଜରେ ଲୋକମାନେ ସ୍ତ୍ରୀକୁ, ଏପରି କହିବାର ଶୁଣାଯାଏ । “ଆରେ ଅଯୋଗ୍ୟ, ତୋ’ ପାଇଁ ମୋର ପିଲାମାନେ ବିଗିଡ଼ି ଗଲେଣି ।” ଗୃହରେ ଯେ କୌଣସି ଘଟଣା ଘଟେ ତାହାର ଦାୟିତ୍ଵ ବିଚାରି ସ୍ତ୍ରୀ ଉପରେ ପକାଇ ଦିଆଯାଏ । ପତ୍ର କଣ୍ଟା ଉପରେ ପଡୁ ବା କଣ୍ଟା। ପତ୍ର ଉପରେ ପଡୁ, ପତ୍ରର ହିଁ କ୍ଷତି ହୁଏ, ଏହି ମାଲ୍ୟାଲମ୍ ଲୋକ କଥା ପରି ପରିବାରର ପ୍ରତ୍ୟେକ ସମସ୍ୟା ଲୋକ ମାନେ ସ୍ତ୍ରୀ’କୁ ହିଁ ଦୋଷୀ ମାନନ୍ତ । ଆଜି ଅନେକ ସ୍ୱାମୀ-ସ୍ତ୍ରୀର ସମ୍ବନ୍ଧ ଭାଙ୍ଗିଯିବା ଅବସ୍ଥାରେ ଅଛି । 

ଏହି ସବୁର ଦାୟିତ୍ବ କିଏ ବହନ କରିବ ? ବାଇବଲ ଅନୁସାରେ ପରିବାରର ଦାୟିତ୍ଵ ସ୍ଵାମୀ ର ହସ୍ତରେ ଅଛି ।


ବାଇବଲ କହେ, “ସେହି ପ୍ରକାରେ ହେ ସ୍ଵାମୀମାନେ, ତୁମ୍ଭମାନଙ୍କ ପ୍ରାର୍ଥନାରେ ଯେପରି ବାଧା ନ ଜନ୍ମେ ଏଥ୍‌ନିମନ୍ତେ ସ୍ତ୍ରୀମାନଙ୍କୁ ଅପେକ୍ଷାକୃତ ଦୁର୍ବଳ ପାତ୍ରୀ ଓ ଆପଣାମାନଙ୍କ ସହିତ ଜୀବନରୂପ ଅନୁଗ୍ରହ ଦାନର ସହାଧ୍ୟାକାରିଣୀ ଜାଣି ସେମାନଙ୍କୁ ସମାଦର କର ପୁଣି ଜ୍ଞାନରେ ସେମାନଙ୍କର ସହବାସ କର ।” (୧ ପିତର ୩:୭) ।


ଆମେ ସମାଜରେ ବଡ଼ ଓ ଧନୀ ଲୋକଙ୍କୁ ଆଦର କରୁ । ମାତ୍ର ଦୁର୍ବଳ ଲୋକଙ୍କୁ କେହି ସମ୍ମାନ ଦିଏ ନାହିଁ, ମାତ୍ର ବାଇବଲ କହେ, “ ସ୍ତ୍ରୀମାନଙ୍କୁ ଦୁର୍ବଳା ପାତ୍ରୀ ଜାଣି ଆଦର କର ।” ଯୁଦ୍ଧରେ ଘୋଡ଼ା ଆପଣା ମାଲିକର ଆଦେଶ ମାନି ଦୃତ ଗତିରେ ଦୌଡ଼େ । ସେହିପରି ହାତୀର କାର୍ଯ୍ୟ ଭିନ୍ନ ଅଟେ । ଦୁହିଁଙ୍କର କାର୍ଯ୍ୟ କରିବା ଢଙ୍ଗ ଏବଂ ବ୍ୟବହାର ଭିନ୍ନ ଅଟେ । ସେହିପରି ସ୍ଵାମୀ – ସ୍ତ୍ରୀଙ୍କ ବିଚାର, ଚିନ୍ତନ ଶୈଳୀ ଏବଂ ବ୍ୟକ୍ତିତ୍ବ ଭିନ୍ନ ଅଟେ । ସ୍ତ୍ରୀ ଏବଂ ପୁରୁଷ ଉଭୟଙ୍କୁ ପରମେଶ୍ବର ସୃଷ୍ଟି କରିଛନ୍ତି । ଏହି ବାସ୍ତବତାକୁ ପ୍ରାୟ ସ୍ଵାମୀ ଭୁଲିଯାଏ ଏବଂ ସ୍ତ୍ରୀକୁ ଉତ୍ତମ ବ୍ୟବହାର କରେ ନାହିଁ ।

ସ୍ଵାମୀ ଯେତେବେଳେ ରାଗିଯାଏ, ସେ ସ୍ତ୍ରୀ ସହିତ ଝଗଡ଼ା କରି କିମ୍ବା ଅନ୍ୟ କୌଣସି ଜିନିଷ ଭଙ୍ଗା ରୁଜା କରି ଆପଣା କ୍ରୋଧ ପ୍ରକାଶ କରେ । ମାତ୍ର ଜଣେ ସ୍ତ୍ରୀ କ୍ରନ୍ଦନ କରି କିମ୍ବା ଚିତ୍କାର କରି ଆପଣ କ୍ରୋଧ ପ୍ରକାଶ କରେ । ପୁରୁଷ ଅପେକ୍ଷା ସ୍ତ୍ରୀ ନିଶ୍ଚୟ ଦୁର୍ବଳ, ମାତ୍ର ସହନଶୀଳତା ସ୍ତ୍ରୀଠାରେ ଅଧିକ ଥାଏ । ଏହି ପରି ଅନେକ ଛୋଟ ବଡ଼ ଭିନ୍ନତା ସ୍ତ୍ରୀ ପୁରୁଷ ମଧ୍ୟରେ ଦେଖିବାକୁ ମିଳେ ।

ପୁରୁଷ ଯଦି ଏହି ସତ୍ୟକୁ ବୁଝନ୍ତି, ତେବେ ତାଙ୍କ ମଧ୍ୟରେ ସ୍ତ୍ରୀ ପ୍ରତି, ବ୍ୟବହାରରେ ପରିବର୍ତ୍ତନ ଆସି ପାରନ୍ତା । ଆପଣା ସ୍ତ୍ରୀକୁ ବୁଝି ତାଙ୍କୁ ଆଦର କରିବା ତା’ର କର୍ତ୍ତବ୍ୟ ଅଟେ । ଯେପରି ଆମେ ଆମର କୌଣସି ବହୁମୂଲ୍ୟ ବସ୍ତ୍ରକୁ ସମ୍ଭାଳି ରଖୁ, ସେହିପରି ସ୍ତ୍ରୀ ପରମେଶ୍ବରଙ୍କଠାରୁ ଏକ ଅମୂଲ୍ୟ ଉପହାର ଅଟେ । ସେ ଆପଣଙ୍କ ପିଲାମାନଙ୍କର ମାଆ ଅଟେ । ଆପଣ ତାହାକୁ ପ୍ରେମ କରନ୍ତୁ । ତାହା ଉପରେ ଧ୍ୟାନ ରଖନ୍ତୁ । ତାହାର ଆଦର କରନ୍ତୁ ।
ଯେପରି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆପଣା ମଣ୍ଡଳୀକୁ (ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ବାରା ଉଦ୍ଧାର ପ୍ରାପ୍ତ ବ୍ୟକ୍ତିବିଶେଷଙ୍କର ସହଭାଗିତା) ପ୍ରେମ କଲେ, ସେହିପରି ସ୍ଵାମୀ ମଧ୍ୟ ଆପଣା ସ୍ତ୍ରୀକୁ ପ୍ରେମ କରୁ..... ।

ବାଇବଲ କହେ,ସ୍ବାର୍ଥପରତା କିମ୍ବା ଅସାର ଗର୍ବ ହେତୁ କିଛି କର ନାହିଁ । ବରଂ ନମ୍ରଚିତ୍ତ ହୋଇ ପ୍ରତ୍ୟେକେ ଅନ୍ୟକୁ ଆପଣାଠାରୁ ଶ୍ରେଷ୍ଠ ମନେ କର, ପ୍ରତିଜଣ କେବଳ ଆପଣା ବିଷୟରେ ମନଯୋଗୀ ନ ହୋଇ ଅନ୍ୟ ବିଷୟରେ ମଧ୍ୟ ମନଯୋଗୀ ହୁଅ । ଖ୍ରୀଷ୍ଟ ଯୀଶୁଙ୍କର ଯେପରି ମନ ଥିଲା, ତୁମ୍ଭମାନଙ୍କ ସେହିପରି ମନ ହେଉ । ସେ ଈଶ୍ବରରୁପୀ ହେଲେ ହେଁ ଈଶ୍ବନଙ୍କ ସହିତ ସମାନ

( ଆପଣ ଏବଂ ଆପଣଙ୍କର ସ୍ତ୍ରୀ )

ରାଜା ହୋଇ  ନିଜ ନିମନ୍ତେ ଧରି ରଖିବା ବିଷୟ ମନେ କଲେ ନାହିଁ, କିନ୍ତୁ ମନୁଷ୍ୟ ସଦୃଶ ହୋଇ ଦାସ ରୂପ ଧାରଣ କରି ଆପଣାକୁ ଶୂନ୍ୟ କଲେ । (ଫିଲିପ୍ଳୀୟ : ୨: ୩ - ୭)

ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଆଦର୍ଶ ଆମ ନିମନ୍ତେ କେତେ ଅନୁକରଣୀୟ ଏବଂ ଶ୍ରେଷ୍ଠ ଅଟେ ! ମଣ୍ଡଳୀ ନିର୍ମାଣ କରିବା ପାଇଁ ଏବଂ ପାପୀମାନଙ୍କୁ ମୃତ୍ୟୁରୁ ମୁକ୍ତି ଦେବା ପାଇଁ ପ୍ରଭୁ ଯୀଶୁ କେତେ ତ୍ୟାଗ ସ୍ବୀକାର ଓ ଯାତନା ସହ୍ୟ କଲେ । ଏହି ସମସ୍ତର ଉର୍ଦ୍ଧ୍ବରେ ତାଙ୍କର ଦୀନତା ଓ ନମୁତା, ତ୍ୟାଗ ଓ ସହନଶୀଳତା ଆମ ନିମନ୍ତେ ଆଦର୍ଶ ଯୋଗ୍ୟ ଅଟେ । ଏହିପରି ମନୋଭାବ ଥିବା ସ୍ଵାମୀ ହିଁ ଏକ ଆଦର୍ଶ ଓ ଉତ୍ତମ ପରିବାର ନିର୍ମାଣ କରିପାରେ ।

ପୁରୁଷ ଯେପରି କୌଣସି କାର୍ଯ୍ୟକୁ କରେ, ଶୁଣେ ବା ଦେଖେ, ସେହିପରି‌ଦୃଷ୍ଟିକୋଣ ସ୍ତ୍ରୀର ହୋଇପାରେ ନାହିଁ ‌! କେତେକ ଗୃହରେ ସ୍ତ୍ରୀମାନଙ୍କୁ ହସିବା ଓ କାନ୍ଦିବାର ଦେଖାଯାଏ । ପଚାରିଲେ ସେମାନେ କିଛି କହନ୍ତି ନାହିଁ । ଏହା ସହିତ ଏମାନଙ୍କଠାରେ ଏକ ପ୍ରେମୀ ହୃଦୟ, ମଧ୍ୟ ଦେଖିବାକୁ ମିଳିଥାଏ । ପରମେଶ୍ବର ଏହିପରି ସ୍ତ୍ରୀମାନଙ୍କୁ ନିର୍ମାଣ କରିଛନ୍ତି । ଏକ ପୁରୁଷର ଉପଯୁକ୍ତ ବ୍ୟବହାର କରିବା ବା ଚିନ୍ତା କରିବା ଗୁଣ ଏକ ସ୍ତ୍ରୀଠାରୁ ଅଧ୍ଵଜ ନୁହେଁ । ସେ ଜଣେ ପୁରୁଷ ନୁହେଁ, ସେ ଜଣେ ସ୍ତ୍ରୀ, ଏହା ତାହାର ସ୍ମରଣ ରଖୁବା ଉଚିତ ।


❤  Writer by Jaga Santa

Welcome to the Youth of Jesus blog! Here you will find inspiration, encouragement, and guidance for living a Christ-centered life as a young person

Previous Post Next Post