ସ୍ଵାମୀ - ଏକ ରକ୍ଷାକର୍ତ୍ତା

ସ୍ଵାମୀ - ଏକ ରକ୍ଷାକର୍ତ୍ତା


ସ୍ଵାମୀ କେଉଁଆଡ଼େ ଯ।ଉଛତ୍ତି ? କେତେବେଳେ ଫେରିବେ ? ଏହା ସ୍ତ୍ରୀ ଜାଣିବା ଉଚିତ୍‌ । ଫେରିଆସିବା ପରେ କ”ଣ ଘଟିଲା, ତାହା ମଧ୍ୟ ସ୍ତ୍ରୀ ଜାଣିବା ଉଚିତ୍‌ । ସାରା ହିନର ଖୁସି ଏବଂ ଚିନ୍ତା ସେ ତାଙ୍କର ସ୍ତ୍ରୀ ସହିତ ବାଣ୍ଟିବା ଉଚିତ୍‌ । 
ସ୍ଵାମୀର ଦୁଃଖ - ସୁଖରେ କେବଳ ସ୍ତ୍ରୀ ହିଁ ସାଥୀ ହୋଇପାରେ | ସ୍ଵାମୀ ର ସୁଖରେ ସନ୍ତୁଷ୍ଟ ଏବଂ ଦୁଃଖରେ ଦୁଃଖୀ କେବଳ ସ୍ତ୍ରୀ ହିଁ ହୋଇପାରେ । ଯଦି ଆପଣ ଜଣେ ସ୍ଳେହମୟ ଓ କରୁଣାମୟ ସ୍ଵାମୀ ଅଚନ୍ତି, ତେବେ ଆପଣଙ୍କ ସ୍ତ୍ରୀ ଆପଣଙ୍କ ସଦୃଶ ପିଲାମାନଙ୍କୁ ମଧ୍ଯ ଗଢ଼ିବାକୁ ଚାହିବ । ଯଦି ଆପଣ ଏହାର ବିପରୀତ ଅଟନ୍ତି ତେବେ ଜଣା ଅଜଣାରେ ହିଁ ସ୍ତ୍ରୀ ସହିତ ପିଲାମାନେ ମଧ୍ୟ ଆପଣଙ୍କୁ ଘୃଣା କରିବେ ।

ଅନ୍ୟ ଆଗରେ କେବେ ତାକୁ ନ୍ୟୁନ ଦେଖାଇବା ଉଚିତ୍‌ ନୁହେଁ । ଅନ୍ୟମାନଙ୍କୁ ତାହାର ଦୁର୍ବଳତା କୂହନ୍ତୁ ନାହିଁ । ସ୍ତ୍ରୀ କୌଣସି କଥା କହିଲେ “ଯାଅ, ଆପଣା କାମ କର, ତୁମକୁ କିଏ ଏଠାକୁ ଡ଼ାକିଲା ” ଏପରି କହିବା ଉଚିତ୍‌ ନୂହେଁ । ଏପରି କହିବା ଦ୍ଵାରା ଆପଣ ନିଜର ତି କରନ୍ତି, ଏହାଦ୍ଵାରା ସ୍ପୀର। ମାନସିକ ସନ୍ତୁଳନ ବିଗିଡ଼ି ଯାଏ ।

କେତେକ ସ୍ଵାମୀ ଆପଣା ପିତୀ- ମାତା ସମ୍ମୁଖରେଂ ସ୍ତ୍ରୀକୁ ଦୋଷ ଦିଅନ୍ତି । ଗୃହରେ କେତେ ପ୍ରକାର ସମସ୍ୟା ହୋଇପାରେ । ହୁଏତ 
ସ୍ତ୍ରୀର ମଧ୍ୟ ଦୁର୍ବଳତା ଥାଇପାରେ । ମାତ୍ର କେବେହେଲେ ଆପଣା ପିତା-ମାତା ଆଗରେ ଆପଣା ସ୍ତ୍ରୀକୁ  ଦୋଷ ଦେବା ଉଚିତ୍‌ ନୁହେଁ । ମଣିଷ ଯେତେବେଳେ ଏକ ସଙ୍ଗେ ରହତ୍ତି, କେତେ ପ୍ରକାର ସମସ୍ୟା ଆସିପାରେ, କାହାରି ଜଣଙ୍କର ଭୁଲ ପାଇଁ ସମସ୍ୟା ଉପ୍ନ ହୁଏ ନାହିଁ । ମାତ୍ର ପ୍ରାୟ ପ୍ରତ୍ୟେକ ଗୃହରେ ବାହୁକୁ ହିଁ ଦୋଷ ଦିଆଯାଏ । ଯଦି ଏହା ସ୍ଵାମୀ ର ମୌନ ସମ୍ମତିରେ ହେଉଥାଏ । ତେବେ ସ୍ତ୍ରୀର ବେଦନା କିଏ ବୁଝି ପାରିବ ? ଅକାରଣରେ କଂଣ ଆପଣଙ୍କ ସ୍ତ୍ରୀ ଗୃହରେ ଏକାକୀ ଏବଂ ଦୁଃଖୀ ଅଟେ ? ଆପଣ ଅନ୍ୟମାନଙ୍କ ସହିତ ମିଶି ତାଂକୁ ଏକାକୀ କରୁଛନ୍ତିକି ? ଦୁଃଖ, କଷ୍ଟ ଏବଂ ବେଦନାରେ ତାହାର ଆଶ୍ରୟ କେବଳ ଆପଣ ଅଟନ୍ତି । ଏହି କଥା ଆପଣ ସବୁବେଳେ ଧ୍ୟାନରେ ରଖୁବେ । 

ଆପଣ ଯେପରି ଉତ୍ତମ ବସ୍ତ୍ର ପିନ୍ଧି ବୁଲିବାକୁ ଭଲ ପାଆନ୍ତି, ସେହିପରି ଆପଣ ଆପଣଙ୍କ ସ୍ତ୍ରୀକୁ ମଧ୍ୟ ଉତ୍ତମ ବସ୍ତର ପିନ୍ଧାନ୍ତୁ । ଆମର ପାରିବାରିକ ଗୋଟିଏ ଘଟଣା ବର୍ତମାନ ସୁଦ୍ଧା ମୋର ମନେ ଅଛି । ଆମ ବିବାହର ତିନି-ଚାରି ବର୍ଷ ଅତିବାହିତ ହୋଇଯାଇଥାଏ । କୌଣସି କାରଣରୁ ମୋର ସ୍ତ୍ରୀ କାନ୍ଦିବାକୁ ଆରମ୍ଭ କଲେ । ମୁଁ ରାଗିଯାଇ କବାଟ ବନ୍ଦ କରି ବାହାରକୁ ଚାଲିଗଲି । କିଛି ସମୟ ପରେ ଯେତେବେଳେ ମୁଁ ଫେରି ଆସିଲି, ସେତେବେଳେ ମଧ୍ୟ ମୋର ସ୍ତ୍ରୀ କାନ୍ଦୁଥ୍‌ଲେ । ମୁଁ ତାଙ୍କ ପାଖକୁ ଯାଇ ତାଙ୍କୁ ସନ୍ତୁନା ଦେବାକୁ ଚେଷ୍ଟା କଲି । ସେବେ ସେ କାନ୍ଦୁ କାନ୍ଦୁ କହିଲେ, “ଯେତେବେଳେ ମୁଁ ଅତ୍ୟନ୍ତ ଦୁଃଖୀ ହୋଇ କାନ୍ଦୁଥୂଲି, ସେତେବେଳେ ତୂମର ମୋ ପାଖରେ ରହି ସାନ୍ତ୍ଵନା ଦେବାର ଥୁଲା , ମାତ୍ର ସେତେବେଳେ ତୁମେ ମୋତେ ଏକାକୀ ଛାଡ଼ି ବାହାରକୁ ଚାଲିଗଲ ।” ସେବେ ମୁଁ ମୋର ଭୂଲ ଅନୁଭବ କଲି । ସ୍ତ୍ରୀ ଏକ କ୍ଷୁଦ୍ର ବିଷୟ ପାଇଁ କ୍ରନ୍ଦନ କରୂଥାଇପାରେ, ମାତ୍ର ତାହାକୁ ଆଶ୍ଵାସନା ଦେବା ପୁରୁଷର କଉଁବ୍ୟ ଅଟେ !



ଗୃହର ସମସ୍ତ ଦାୟିତ୍ଵ ସ୍ତ୍ରୀ ଉପରେ ଛାଡ଼ିବା ଠିକ୍‌ ନୁହେଁ । ପିଲାଙ୍କର ଲାଳନ-ପାଳନ, ସେମାନଙ୍କୁ ଭଉମ ଶିକ୍ଷା ଦେବା, ଚିକିତ୍ସା ଇତ୍ୟାଦିରେ ସ୍ତ୍ରୀ ସହିତ ସ୍ବାମୀର ମଧ୍ୟ ଉତ୍ତରଦାୟିତ୍ଵ ଅଟେ । ସେହିପରି ଆବଶ୍ୟକ ସମୟରେ ମଧ୍ୟ ସ୍ତ୍ରୀକୁ ସ୍ଵାମୀର ଧ୍ୟାନ ଦେବା ଉଚିତ୍‌ । ଯଦି ତାକୁ କୌଣସି ରୋଗ ହୁଏ , ଯେତେ ଦୂର ସମ୍ଭବ ସ୍ଵାମୀ ସ୍ତ୍ରୀକୁ ଡ଼ାକ୍ତରଖାନା ନେଇଯିବା ଉଚିତ୍‌ । ତାହାର ଦାୟିତ୍ବ ଅନ୍ୟ କାହା ଉପରେ ନ୍ୟସ୍ତ କରିଦେବା ଠିକ୍‌ ନୁହେଁ । ତାଂକୁ ଆପଣଙ୍କର ଆବଶ୍ୟକତା ଅଛି ।

ଆପଣ କଂଣ ଭୁଲ କରି ସ୍ତ୍ରୀକୁ କ୍ଷମା ମାଗନ୍ତି ? କିମ୍ବା ଯେ କୌଣସି ଭୁଲ କରିଥାନ୍ତୁ ପଛେ ଆପଣଙ୍ଘର ସେଥୁପାଇଁ ଅନୂତାଷ ନାହିଁ । ସେ ମୋର ସ୍ତ୍ରୀ ଅଟେ । ମୋର ଯାହା ଇଚ୍ଛା, ମୁଁ ଯାହା କରିବି, ଆପଣ କ”ଣ ଏହିପରି ଭାବନ୍ତି ? ଯଦି ଆପଣ ତାକୁ.ଦୁଃଖୁ କରିଛନ୍ତି, ତେବେ କ୍ଷମା ମଧ୍ୟ ମାଗନ୍ତୁ ।

ପିଲାମାନଙ୍କର କିମ୍ବା ଆପଣା ପିତାମାତା ସମ୍ମୁଖରେ ତାଂକୁ ଶାସନ କରିବା ଉଚିତ୍‌ ନୂହେଁ । ଆପଣଙ୍କ ସ୍ତ୍ରୀ ଆପଣଙ୍କ ପରିବାରର ରାଣୀ ଅଟେ । 
ସ୍ଵାମୀକୁ ଯେପରି ବିଶ୍ରାମ ଆବଶ୍ୟକ, ସେହିପରି ସ୍ତ୍ରୀକୁ ମଧ୍ୟ ବିଶ୍ରାମ ଆବଶ୍ୟକ । ପୁରୂଷଠାରୁ ଦୁର୍ବଳ ହୋଇଥୁବାରୁ ହୁଏତ ତାଂକୁ ଅଧୁକ ବିଶ୍ରାମ ଆବଶ୍ୟକ । ଯଦି ଆପଣ ତାକୁ ଗୃହ କାର୍ଯ୍ୟରେ ସାହାଯ୍ଯ କରନ୍ତି ତେବେ ତାଂକୁ ବିଶ୍ରାମ ମିଳି ପାରିବ । ।



ଗୋଟିଏ ଗୃହରେ ଅନେକ କାର୍ଯ୍ୟ ଥାଏ । ଯଦି ପିଲା ସଂଖ୍ୟା ବେଶୀ ହୁଏ ତେବେ କାର୍ଯ୍ୟ ମଧ୍ୟ ଅଧୂକ ହୁଏ । କେତେକ ପରିବାରରେ ମୁଁ ଏହି ବିଷୟ ଦେଖୁଛି , ସ୍ବାମୀ ଅଫିସରୁ ଆସିବା ପରେ ଖବର କାଗଜ ପଢ଼ି ବିଶ୍ରାମ କରନ୍ତି । ଗୃହର କୌଣସି କାର୍ଯ୍ୟ ବିଷୟ ଚିନ୍ତା ଜରିବାକୂ ତାଙ୍କୁ ସମୟ ନ ଥାଏ ।

ମାତ୍ର ଯଦି ଆପଣ ଭାବବଦ୍ରି ଅର୍ଦ୍ଧ ରାତ୍ରି ପର୍ଯ୍ୟନ୍ତ କାର୍ଯ୍ୟ କରିବା କେବଳ ସ୍ତୀର କର୍ତବ୍ୟ ଅଟେ, ତେବେ ଏହା ଠିକ୍‌ ନୁହେଁ । 
ସ୍ଵାମୀ ର ସାହାଯ୍ୟରେ ତାର କାର୍ଯ୍ୟ ଶୀଘ୍ର ଶେଷ ହୋଇଯାଇପାରେ । ସେ ମଧ୍ୟ ବିଶ୍ରାମ କରିପାରେ । ତେବେ ତା”ମନରେ ସ୍ଵାମୀ ପ୍ରତି ବେଶୀ ଆଦର ଓ ପ୍ରେମ ଉତ୍ପନ୍ନ ହେବ ।



ଯେତେବେଳେ ପିଲାମାନେ ମାର କଥା ମାନନ୍ତି ନାହିଁ, ସେତେବେଳେ ସେମାନଙ୍କୁ ଶାସନ ଏବଂ ଶାସ୍ତି ଦେବା ଉଚିତ୍‌ । କେତେକ ଗୃହରେ ପିଲାମାନେ ମାଆ ସହିତ ଝଗଡ଼ା କରଚି, ମାତ୍ର ବାପା ଧ୍ୟାନ ମଧ୍ୟ ଦିଅନ୍ତି ନାହିଁ । ଏହି କଥା ମାଆ ମନରେ ଦୁଃଖ ଦିଏ । ପିଲାମାନଙ୍କ ଆଗରେ ତାହାର ସମ୍ମାନ ନୁନୟ ହୋଇଯାଏ । ଏହି ପରିସ୍ଥିତିରେ ପିଲାଙ୍କୁ ଉଚିତ୍‌ ଦଣ୍ଡ ଦେଇ ସ୍ତ୍ରୀର ସମ୍ମାନ ରକ୍ଷା କରିବା ଉଚିତ୍‌ ।



ସ୍ଵାମୀ ,ସ୍ତୀ ସହିତ ଖୋଲା ଖୋଲି କଥାବାର୍ତୀ କରିବା ଉଚିତ୍‌ । ବନ୍ଧୁମାନଙ୍କ ସହିତ , ପଡ଼ୋଶୀମାନଙ୍କ ସହିତ, ଚା? ଦୋକାନୀ ସହିତ ଏବଂ ଅନ୍ୟ ଲୋକମାନଙ୍କ ସହିତ ଆପଣା କଥା କହନ୍ତି, ପୁଣି ସେଥୁପାଇଁ ଆପଣଙ୍କ ପାଖରେ ସମୟ ଅଛି, ମାତ୍ର ସ୍ତ୍ରୀ ସହିତ କଥ। କହିବା ପାଇଁ ଯଦି ଆପଣଙ୍କ ନିକଟରେ ସମୟ ନାହିଁ ତେବେ ଏହା ଆପଣଙ୍କ ର ବଡ଼ ଭୁଲ ଅଟେ । ଆପଣ ନିଜ ସ୍ତ୍ରୀ ସହିତ ଅନ୍ୟାୟ କରୁଛନ୍ତି । 


ସ୍ଵାମୀ , ସ୍ତ୍ରୀଜୁ କେବେହେଲେ ବନ୍ଧନରେ ନ ରଖୁ । କେବଳ ଅଧୂକାରରେ ନୁହେଁ, ପ୍ରେମରେ ଆପଣ ତାହାର ହୃଦୟ ଜିଣନ୍ତୁ | ସ୍ଵତନ୍ତ୍ର ଭାବରେ କାର୍ଯ୍ୟ କରିବା ପାଇଁ ତାକୁ ଅନୁମତି ମିଳିବା ଉଚିତ୍‌ । ଯଦି ସେ ଆପଣା ଗୃହକୁ ଯିବା ପାଇଁ ଚାହେଁ, ତେବେ ତାକୁ ଯିବା ପାଇଁ ଅନୁମତି ଅବଶ୍ୟ ଦିଅନ୍ତୁ । ଆର୍ଥିକ ସ୍ଥିତି ଅନୁସାରେ ଶ୍ଵଶୁର ଘର ପାଇଁ କିଛି ଜିନିଷ ଯଥା ମିଠାଇ, ଲୁଗା ଇତ୍ୟାଦି ଆପଣ ମଧ୍ୟ ପଠାଇ ପାରନ୍ତି, ଏହା ଧ୍ୟାନରେ ରଖନ୍ତୁ । ସ୍ତ୍ରୀର ବାପା-ମା ଆଙ୍କ ସମ୍ପର୍କୀୟ ମାନଙ୍କ ସହିତ ସମ୍ବନ୍ଧ ରକ୍ଷା କରିବା କିଛି ଖରାପ କଥା ନୁହେଁ । ବିବାହ ପରେ ସ୍ତ୍ରୀର ଆପଣା ଗୃହ ସହିତ ସଂପର୍କ ଛିନ୍ନ ହୁଏ ନାହିଁ । ସ୍ବାମୀ ଭଳି ତାର ମଧ୍ୟ ପାରିବାରିକ ସଂପର୍କ ବଜାୟ ରଖୁବାର ସ୍ଵାଧୀନତା ତାହାକୁ ଅବଶ୍ୟ ଦିଅନ୍ତୁ । ସ୍ତ୍ରୀ ପାଇଁ ପିଲାମାନଙ୍କର ଜନ୍ମଦିନ ଏବଂ ବାର୍ଷିକ ପର୍ବ ମହତ୍ତ୍ଵପୂଣ୍ଠଠ ଅଟେ । ସେଗୁଡ଼ିକୁ କେବେ କେବେ ମନେ ରଖୁ, ସେହି ଦିନକୁ ମହତ୍ବ ଦେବାକୁ ସ୍ବାମୀ ଭୁଲନ୍ତୁ ନାହିଁ । ପ୍ରିୟ ବନ୍ଧୁ, ଆପଣ ପରିବାରର ମୁଖ୍ୟ ଅଟନ୍ତି । ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆପଣଙ୍କ ମୁଖ୍ୟ ଅଟନ୍ତି । ପ୍ରଭୂ ଯୀଶୁ ସ୍ତ୍ରୀକୁ ଏବଂ ପିଲାମାନଙ୍କୁ ଆପଣଙ୍କ ହସ୍ତରେ ଦେଇଛନ୍ତି । ସେମାନଙ୍କୁ ଠିକ୍‌ ଭାବରେ ଆଗେଇ ନେବା ଦାୟିତ୍ଵ ଆପଣଙ୍କର ଅଟେ । ଆପଣଙ୍କ ହସ୍ତରେ ପରିବାର ସୁରକ୍ଷିତ ରହିବା ଆବଶ୍ୟକ ।

କେରଳରେ ନୌକା ଦୌଡ଼ ଏକ ପ୍ରମୁଖ ଖେଳ ଅଟେ । ଶହେରୁ ଅଧୂକ ଲୋକ ଗୀତ ଗାଇ ଗାଇ ନୌକା ଦୌଡ଼ାନ୍ତି । ତାହାର ଗତିକୁ ନିୟନ୍ତଣ କରିବା ଦାୟିତ୍ଵ ନୌକା ଚାଳକର ( ନୌକାର କାତ ଧରିବା ଲୋକ) ହାତରେ ଥାଏ । ଯଦି ଚାଳକର ଧ୍ଯାନ ବିଚଳିତ ହୁଏ, ତେବେ ନୌକା ଆଗକୁ ନ ଯାଇ ସେହିଠାରେ ଘୂରୁଥୁବ ।



ପ୍ରିୟ ବନ୍ଧୁ, ସ୍ଵାମୀ ଭାବରେ ଆପଣ ଆପଣଙ୍କ ଗୃହ ରୂପ ନୌକାର ଚାଳକ ଅଚନ୍ତି । ଯୀଶୁ ଖ୍ରୀଷ୍ଟ ଆପଣଙ୍କର ପ୍ରଭୂ ଅଟତ୍ତି । ପ୍ରଭୂ ଆପଣଙ୍କୁ ସ୍ତ୍ରୀ ଓ ପିଲାମାନଙ୍କୁ ଦେଇଛନ୍ତି । ବର୍ତମାନ ସେମାନଙ୍କ ଦାୟିତ୍ଵ ଆପଣଙ୍କ ଉପରେ ନ୍ୟସ୍ତ ଅଟେ । ରକ୍ଷା।କର୍ତୀ ସ୍ବାମୀର ଦାୟିତ୍ଵ ବହୂତ ଅଟେ ।


❤ Writer by Jaga Santa

Welcome to the Youth of Jesus blog! Here you will find inspiration, encouragement, and guidance for living a Christ-centered life as a young person

Previous Post Next Post