ଖ୍ରୀଷ୍ଟମାସର ଅର୍ଥ କଣ?
ସର୍ବ ପ୍ରଥମେ ଆପଣଙ୍କୁ ଓ ଆପଣଙ୍କ ପରିବାରକୁ ଖ୍ରୀଷ୍ଟମାସର ଶୁଭେଛା ଜଣାଏ । ଖ୍ରୀଷ୍ଟମାସର ଅର୍ଥ କଣ? କିଛି ଲୋକମାନେ ଭାବନ୍ତି ଶାନ୍ତାକଲଜ, ମିଠା କିମ୍ବା ଖ୍ରୀଷ୍ଟିଆନମାନଙ୍କର ଗୋଟିଏ ପର୍ବ । ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, କିନ୍ତୁ ପ୍ରତ୍ୟେକ ମନୁଷ୍ଯ ନିମନ୍ଦେ ଏକ ମହତୃପୂର୍ଣ୍ଣ ସନ୍ଦେଶର ଦିନ । ଆପଣ କଅଣ ସେହି ସନ୍ଦେଶ ଜାଣିବାକୁ ଚାହାଁନ୍ତି କି ? ମୁଁ ଭାବୁଛି ଯେ ଆପଣ ଥରେ ଜାଣିବା ଉଚିତ୍, ଯେହେତୁ ଏହାର ସମର୍କ ଆପଣଙ୍କ ଜୀବନ ସହିତ ଯୋଡି ରହିଅଛି ।ଖ୍ରୀଷ୍ଟମାସ କଅଣ ଅଟେ? ଏହି ଦିବସ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ଜନ୍ମକୁ ସ୍ମରଣ କରିବା ନିମନ୍ତେ ପାଳନ କରାଯାଏ । କିନ୍ତୁ ଆପଣ ଏହା ଶୁଣି ଆଚମ୍ବିତ ହୋଇଯିବେ ଯେ ଯୀଶୁ ଖ୍ରୀଷ୍ଟଶାସନ କରିବା, ଜନ ସମାଗମ କରିବା, ବା ଲୋକପ୍ରିୟ ହେବାକୁ ନାହିଁ କିନ୍ତୁ ମୃତ୍ୟୁଭୋଗ କରିବା ନିମନ୍ତେ ଜନ ଗ୍ରହଣ କରିଥୁଲେ । କଅଣ ? ମୃତ୍ୟୁଭୋଗ କରିବା ନିମନ୍ତେ କିଏ ଜନ୍ମ ଗ୍ରହଣ କରନ୍ତି? ଏହା ଆପଣଙ୍କ ପ୍ରଶ୍ନ ହୋଇପାରେ; ଆପଣଙ୍କ ପ୍ରଶ୍ନ ସଂପୂର୍ଣ୍ଣ ଭାବେ ଠିକ୍ ଅଟେ । ଏହାର ଉତ୍ତର ମଧ୍ୟ ଜାଣିବା ଅତି ଆବଶ୍ୟକ ଯେହେତୁ ଏହା ଏକ ସାଧାରଣ ବିଚାରଧାରା ଯେ ଇଶ୍ଵର ମନ୍ଦତାକୁ ବିନାଶ କରିବା ନିମନ୍ତେ ଜନ୍ମ ନିଅନ୍ତି । କିନ୍ତୁ ଯୀଶୁ ମୃତ୍ୟୁବରଣ କରିବା ନିମନ୍ତେ ଜନ୍ମ ହେଲେ,
ଯୀଶୁ କାହିଁକି ଜନ୍ମ ହେଲେ?
ଯୀଶୁ ଖ୍ରୀଷ୍କଙ୍କ ଜନ୍ମକୌଣସି କାଳ୍ପନିକ କିମ୍ବା ହଠାତ୍ଵ ଘଟିଥୁବା ଏକ ଘଟଣା ନୁହେଁ । ଯୀଶୁଙ୍କ ଜନ୍ମର ହଜାର ବର୍ଷ ପୂର୍ବରୁ ଅନେକ ଭବିଷ୍ୟତବାଣୀ ହୋଇଥିଲା ଏବଂ ଏହା ଏକ ଏତିହାସିକ ଘଟଣା ମଧ୍ୟଅଟେ । ପରମେଶ୍ବର ଏହି ଜଗତକୁ ସୁନ୍ଦର ଭାବେ ସୃଷ୍ଟି କରିଥୂଲେ | କିଛି ବିଷୟ ଉଣା ନ ଥୂଲା | କୌଣସି ଘୃଣା, ଯୁଦ୍ଧ ବିଶ୍ୱାସଘାତକତା, ରୋଗ ନଥିଲା । କିନ୍ତୁ ବର୍ତମାନ ମାନବଜାତି ଏହି ସବୁ ଦୁଃଖ ଦେଇ ଜୀବନ ଅତିବାହିତ କରୁଅଛି । ବାଇବେଲ କହେ ଯେ ମନୁଷ୍ୟ ପାପ କରିବା ଯୋଗୁଁ ପରମେଶ୍ବରଙ୍କଠାରୁ ଦୂର ହେଲା । ପାପ ମନୁଷ୍ୟକୁ କଠୋର କରିଦେଲା ଯାହା ଫଳରେ ଦୁନିଆ ଖରାପ ହେବାରେ ଲାଗିଛି ଏବଂ ମନ୍ଦତା ବଢିବାରେ ଲାଗିଛି । ବାଇବେଲ କହେ ଆମ୍ଭେମାନେ ସମସ୍ତେ ପାପ କରିଅଛୁ । ଏବେ ଏହି ପସବୁରୁ ଯେପର୍ଯ୍ୟନ୍ତ ମନୁଷ୍ୟକୁ ମୁକ୍ତି ମିଳି ନାହିଁ, ସେପର୍ଯ୍ୟନ୍ଦ ଦୁନିଆରେ ମନ୍ଦତା ବଢି ଚାଲୁଥୁବ ଏବଂ ବ୍ୟକ୍ତିଗତ ଜୀବନରେ ମଧ୍ୟ ଏକାକୀ ଅନୁଭବ ହେଉଥୁବ । ଆମ୍ଭେମାନେ ଅନେକ ଥର ନିରାଶ ହୋଇ ଜୀବନରୁ ବିରତି ନେବା ନିମନ୍ତେ ନିଷ୍ପତି ନେଇଥାଉ,
କିନ୍ତୁ ଆପଣଙ୍କ ନିମନ୍ଦେ ଗୋଟିଏ ଖୁସି ଖବର ଅଛି । ଯେପରି ଆମ୍ଭେମାନେ ପାପରୁ ମୁକ୍ତି ପାଇବା ଏବଂ ପୁଣିଥରେ ପରମେଶ୍ବରଙ୍କ ସହ ସମ୍ପର୍କରେ ସଂଯୁକ ହେବା, ଏଥୂପାଇଁ ଯୀଶୁ ଖ୍ରୀଷ୍ମ ଜନ୍ମ ହେଲେ । ତାହା କିପରି ? ଯୀଶୁ ଆପଣଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ । ଆଜ୍ଞା, ହଁ | ବାଇବେଲ କହେ, ପାପର ବେତନ ମୃତ୍ୟୁ ଅଟେ । କିନ୍ତୁ ଏକ ପ୍ରେମକାରୀ ପରମେଶ୍ବର ନିଜର ସନ୍ଥାନମାନଙ୍କୁ କିପରି ମୃତ୍ୟୁ ଦଣ୍ତ ଦେଇପାରିବେ? ସେଥୁପାଇଁ, ଆପଣଙ୍କ ଓ ମୋର ପାପକୁ କ୍ଷମା କରିବା ନିମନ୍ତେ ଯୀଶୁ କୃଶରେ ଆମ୍ଭମାନଙ୍କ ସ୍ଥାନ ଗ୍ରହଣ କଲେ ଯେପରି ଆମ୍ଭେମାନେ ପାପର ଦଣ୍ତରୁ ମୁକ୍ତି ପାଇପାରିବା । ତାହାଙ୍କ ହସ୍ତ ଓ ପାଦରେ କଣ୍ଡା ମରାଗଲା ଏବଂ ମସ୍ତକରେ କଣ୍ଡାର ମୁକୁଟ ପିନ୍ଧାଗଲା । ଆମ୍ଭମାନଙ୍କୁ ପାପରୁ ମୁକ୍ତି କରିବା ନିମନ୍ତେ ଯୀଶୁ ଏକ ଯନ୍ତ୍ରଣାଦାୟକ ବଳିଦାନ ଦେଲେ । ସେଥଵପାଇଁ ମୁଁ କହିଲି ଯେ ଯୀଶୁ ମୃତ୍ୟୁବରଣ କରିବା ନିମନେ ଜନ୍ମଗହଣ କଲେ | କଅଣ ଆପଣ କେବେ ଚିନ୍ତା କରିଥିଲେ କି ଯେ ଇଶ୍ୱରସ୍ଵୟଂ ମନୁଷ୍ୟ ହୋଇ ଆସିବେ ଏବଂ ଆପଣା ବଳିଦାନ ଦେବେ ? ଏହା ଯୀଶୁଙ୍କ ଅତୁଳନୀୟ ପ୍ରେମ ଅଟେ । ତାହାଙ୍କ ମୃତ୍ୟୁ ଦ୍ୱାରା ଆମ୍ଭମାନଙ୍କୁ ପାପରୁ କ୍ଷମା ଏବଂ ଆମ୍ଭମାନଙ୍କୁ ଏକ ନୂତନ ଜୀବନ ଦେବା ନିମନ୍ତେ ଯୀଶୁ ଖ୍ରୀଷ୍ଟ ତିନି ଦିନ ପରେ ମୃତ୍ୟୁରୁ ପୁନରତିତ ହେଲେ,
ଖ୍ରୀଷ୍ଟମାସର ଉପହାର
ଏହି ସନ୍ଦେଶକୁ ଜାଣିବା ହିଁ ଖ୍ରୀଷ୍ଟମାସର ସଠିକ ସୂଚନା ଅଟେ । ମୁଁ ଆପଣଙ୍କୁ ହୃଦୟ ସହ ନିମନ୍ତ୍ରଣ କରୁଅଛି ଯେ ଆପଣ ଯୀଶୁ ଖ୍ରୀଷ୍ଟ ଏବଂ ତାହାଙ୍କ ବଳିଦାନକୁ ସ୍ବୀକାର କରନ୍ତୁ ଯେପରି ଆପଣେ ପାପ କ୍ଷମା ପାଇପାରିବେ । ଯୀଶୁ କହିଲେ, ମୁଁ ପଥ, ସତ୍ୟ, ଓ ଜୀବନ ଅଟେ ଏବଂ ଯେକେହି ମୋଠାରେ ବିଶ୍ଵାସ କରେ ସେ ଅନନ୍ତ ଜୀବନ ପ୍ରାପ୍ତ ହେବ, ଯଦି ଆପଣ ଯୀଶୁଙ୍କୁ ନିଜର ଜୀବନରେ ଗ୍ରହଣ କରନ୍ତି, ତେବେ ଆପଣଙ୍କ ଜୀବନ ପରିବର୍ତନ ହୋଇଯିବ ଓ ଆପଣ ଅନନ୍ତ ଜୀବନ ପ୍ରାପ୍ତ ହେବେ । ଯଦି ଆପଣ ଯୀଶୁଙ୍କୁ ଆନ୍ଦରିକତା ସହିତ ଗ୍ରହଣ କରିବାକୁ ଚାହନ୍ତି, ତେବେ ନିମ୍ନଲିଖୂତ ପ୍ରାର୍ଥନା କରନ୍ତୁ । ଯୀଶୁ ଆପଣଙ୍କ ହୃଦୟରୂପକ ଦ୍ରାରରେ ଠିଆ ହୋଇଛନ୍ତି ଓ ସେ ଅବଶ୍ୟ ଆପଣଙ୍କ ପ୍ରାର୍ଥନା ଶୁଣି ଆପଣଙ୍କୁ ଗ୍ରହଣ କରିବେ ।
ପ୍ରାର୍ଥନା
ହେ ପରମେଶ୍ବର, ମୁଁ ପାପୀ ଅଟେ ଏବଂ ମୁଁ ନିଜକୁ କେବେ ମଧ୍ୟ ବଞ୍ଚାଇପାରିବି ନାହିଁ । ମୁଁ ଧନ୍ୟବାଦ ଦେବାକୁ ଚାହେଁ ଯେ ଆପଣ ମୋତେ ବଞ୍ଚାଇବା ନିମନ୍ତେ ଯୀଶୁଙ୍କୁ ଏହି ଜଗତରେ ପ୍ରେରଣ କଲେ । ମୁଁ ବିଶ୍ୱାସ କରେ ଯେ ମୋର ସମସ୍ତ ପାପ ନିମନ୍ଥେ ଯୀଶୁ କୃଶରେ ନିଜର ଜୀବନ ଦେଲେ । ଆଉ ତିନି ଦିନ ପରେ ମୃତ୍ୟୁରୁ ପୁନରୁତ୍ଦିତ ହେଲେ । ସେ ମୋର ପ୍ରତ୍ୟେକ ପାପର ଦଣ୍ତ କୃଶରେ ସହ୍ୟ କଲେ । ଯୀଶୁ, ମୋତେ କ୍ଷମା କରି ଦିଅନ୍ତୁ ଓ ମୋତେ ବଞ୍ଚାଇ ଦିଅନ୍ତୁ । “ଆମେନ"
ଯଦି ଆପଣ ଯୀଶୁଙ୍କ ବିଷୟରେ ଆଉ ଅଧୁକ ଜାଣିବାକୁ ଚାହାଁନ୍ତି,
ତେବେ ଆମ୍ଭମାନଙ୍କୁ ସମର୍କ କରନ୍ତୁ ।