ସୁସ୍ଥ ବଂଶ :: ଆପଣ ଏବଂ ଆପଣଙ୍କର ସ୍ତ୍ରୀ

ସୁସ୍ଥ ବଂଶ



ଭଗ୍ନ ପାରିବାରିକ ଜୀବନର କାରଣ ସବୁ ଗୃହର ସ୍ବାମୀର ନାମ ଓ ସମ୍ମାନରେ ମନ୍ଦ ପ୍ରଭାବ ପକାଇଥାଏ । ଏହା ବଂଶରେ ମନ୍ଦ ପ୍ରଭାବ ପକାଇଥାଏ । ଯଦି ଗୃହରେ ପ୍ରତିଦିନ ଝଗଡ଼ା ଓ ଗାଳିଗୁଲଜ ହୁଏ ତେବେ ସମ୍ମାନ ଓ ଶାନ୍ତି କେଉଁଠାରୁ ଆସିବ ?
ଧନୀ ଓ ଗରୀବ, ସମସ୍ତଙ୍କ ପାରିବାରିକ ସମସ୍ୟା ସେମାନଙ୍କର ଜୀବନରେ ମନ୍ଦ ପ୍ରଭାବ ପକାଇଥାଏ । ଏହି କଥା ମନେ ରଖୁବା ଉଚିତ୍ ଯେ ସ୍ନେହରହିତ ସ୍ଵାମୀର ପିଲାମାନେ ମଧ୍ୟ ସେହିପରି ହେବେ । ଯାହାର ପ୍ରଭାବ ସେମାନଙ୍କ ଭବିଷ୍ୟତ ଏବଂ ବୈବାହିକ ଜୀବନରେ ମଧ୍ୟ ପଡ଼ିବ ।
ଥରେ ଜଣେ ଲୋକ ଛକ ସ୍ଥାନରେ ବସି ବଡ଼ ଗର୍ବରେ କହିବାକୁ ଲାଗିଲା, ଆରେ ! ମୋର ପୁଅ ରାଜୁ ମୋ ସମାନ ଅଟେ, ସେ କାହାକୁ ଭୟ କରେ ନାହିଁ । କିଛି ବର୍ଷ କଟିଗଲା । ରାଜୁର ମଧ୍ୟ ବିବାହ ହୋଇଗଲା । ବାପା ପରି ସେ ମଧ୍ୟ ପାରିବାରିକ ଜୀବନ କାଟିବାକୁ ଆରମ୍ଭ କଲା ଓ ମଦ୍ୟ ପା’ନ କଲା । ସ୍ତ୍ରୀକୁ ପ୍ରହାର କରିବା ମଧ୍ୟ ବାପାଙ୍କଠାରୁ ଶିକ୍ଷା | ବାପାଙ୍କଠାରୁ ମିଳିଥିବା ମନ୍ଦ ଆଚରଣ ଶେଷରେ ତାକୁ ଜେଲଖାନାରେ ପହୁଞ୍ଚାଇଦେଲା ।

ଆପଣ ଏବଂ ଆପଣଙ୍କର ସ୍ତ୍ରୀ

ମନେ ରଖନ୍ତୁ, ଯଦି ଆମେ ଆଦର୍ଶମୟ ଜୀବନ ନ କାଟିବୁ ତେବେ ଆମ ହୋଇଯିବ । ଆଜି ସମାଜରେ ଏହାକୁ କେହି ଧ୍ୟାନ ଦେଉନାହାନ୍ତି । ଈଶ୍ବର ଭୟ ଜୀବନ କାଟୁନଥ‌ିବା ସ୍ଵାମୀ ଓ ପିତା ଏଥପାଇଁ ଦାୟୀ ଅଟନ୍ତି । ଆପଣା ବଂଶର ଉଚିତ୍ ଆପଣା ବଂଶର ଉଜ୍ଜଳ ଭବିଷ୍ୟତ ପାଇଁ ଆପଣଙ୍କୁ ଆପଣା ଜୀବନରେ ପରିବର୍ତ୍ତନ ଆବଶ୍ୟକ ଉଚିତ୍,
ଡ଼ା.ଏକ୍ରମନ୍ କହିଛନ୍ତି, “ପ୍ରେମ ହ୍ରାସ ପାଇଲେ ତାହା ମାନସିକ ରୋଗକୁ ଜନ୍ମ ଦିଏ ।” ଅନେକ ସ୍ତ୍ରୀ ଆଜି ମାନସିକ ରୋଗରେ ପୀଡ଼ିତ ଅଟନ୍ତି ଏବଂ ବାହ୍ୟ ଭାବରେ ସେମାନେ ଠିକ୍ ଦେଖାଗଲେ ମଧ୍ୟ, ଭିତରେ ଭିତରେ ଶାନ୍ତି ଏବଂ ଆନନ୍ଦ ବିନା ନିରାଶରେ ବଞ୍ଚୁରହିଛନ୍ତି । ବଞ୍ଚିବାର ଅଭିଳାଷ ଦିନକୁ ଦିନ କମିଯାଉଛି । ସ୍ଵାମୀଠାରୁ ପ୍ରେମ ଓ ଆଦର ନ ମିଳିବାରୁ ସ୍ତ୍ରୀ ସୁରକ୍ଷା ଏବଂ ଶାନ୍ତି ପାଇଁ ଆପଣା ଜ୍ୟୋଷ୍ଠ ପୁତ୍ର ଠାରେ ଆଶ୍ରୟ ନେବାକୁ ଲାଗେ ।
କେତେକ ସ୍ଵାମୀ କେବଳ ଆପଣ ବିଷୟରେ ହିଁ ଚିନ୍ତା କରନ୍ତି ଯେତେବେଳେ କି ସ୍ତ୍ରୀ ଏକାନ୍ତ ଏବଂ ନିରାଶାରେ ସମୟ କାଟନ୍ତି । ଏହିପରି ସ୍ତ୍ରୀ’ମାନେ, ପିଲାମାନେ ବଡ଼ ହୋଇଯିବା ପରେ, ଆପଣାର ଜ୍ୟୋଷ୍ଠ ପୁତ୍ର ଠାରେ ବେଶୀ ନିର୍ଭରଶୀଳ ରହନ୍ତି । ଗୃହର ସମସ୍ତ ଆବଶ୍ୟକତା ଜ୍ୟୋଷ୍ଠ ପୁତ୍ର ହିଁ ପୂରଣ କରେ । ଜ୍ୟୋଷ୍ଠ ପୁତ୍ର ଯେତେବେଳେ ବିବାହ କରେ, ସେତେବେଳେ ଆହୁରି ଅଧୂକ ସମସ୍ୟା ଉପୁଜିଥାଏ । ପୁଅ ଯେବେ ସ୍ତ୍ରୀ’ କୁ ଅଧ୍ବକ ଧ୍ୟାନ ଦିଏ, ସେବେ ଶାଶୁ ଓ ବୋହୂ ମଧ୍ଯରେ ଝଗଡ଼ା ସୃଷ୍ଟି ହୁଏ । ଏହିପରି ଘଟଣା ପ୍ରାୟ ଆମ ଚତୁର୍ପାର୍ଶ୍ଵରେ ଘଟେ, ହୁଏତ ଆମ ଘରେ ମଧ୍ୟ ଏହା ଘଟିଥାଏ ।

 ସ୍ନେହହୀନ ସ୍ଵାମୀ ହେତୁ ଗୋଟିଏ ପରିବାରରେ ଉତ୍ପନ୍ନ ହେଉଥ‌ିବା ସମସ୍ୟାର ଏହା ଏକ ଉଦାହରଣ ଅଟେ । ଆପଣଙ୍କ ପରିବାରର ସ୍ଥିତି କିପରି, ଏହା ଚିନ୍ତା କରିବା ଆପଣଙ୍କ କାର୍ଯ୍ୟ ଅଟେ । ଏହି ସଂସାରର ସବୁଠାରୁ ବଡ଼ ସମ୍ପରି ଏବଂ ଭାଗ୍ୟ ଆପଣଙ୍କ ପରିବାର ଅଟେ । ସେହି ପରିବାରର ମୁଖ୍ୟ ହେବା,ପାଇଁ ଦିଆଯାଇଥ‌ିବା ଉପହାର ‘ସ୍ତ୍ରୀ’ ଅଟେ । ଆପଣ କେବେହେଲେ ତାହାର ମୂଲ୍ୟ ଭୁଲନ୍ତୁ ନାହିଁ । ଏହି ସତ୍ୟକୁ ବୁଝି ଜୀବନ କାଟିବା ସ୍ଵାମୀ ବା ପରିବାର ପ୍ରଭୁଙ୍କଠାରୁ ନିଶ୍ଚୟ ଆଶୀର୍ବାଦ ପାଇବ । 
କୌଣସି ପ୍ରକାରେ ସ୍ତ୍ରୀକୁ ନ୍ୟୁନ ଦେଖାଇବା,ଗାଳିଦେବା, ମାରିବା ମୂଲ୍ୟାଙ୍କନ କରି, ଭୁଲ ସଂଶୋଧନ କରି, ପରମେଶ୍ୱରଙ୍କ ଇଚ୍ଛା ଅନୁସାରେ ଆଗେଇ ଯିବାକୁ ଯବାନ ହେବା ଉଚିତ୍ । ଆପଣା ସ୍ତ୍ରୀର ଖୁସି ପାଇଁ ଆପଣ ଯବାନ ଏବଂ ପ୍ରାର୍ଥନା କରିବା ଉଚିତ୍ । ସର୍ବଦା ତା’ ସହିତ ହସ ହସ ମୁଖରେ ମିଶନ୍ତୁ । 
ସେହିପରି ଆପଣା ସ୍ତ୍ରୀକୁ ସନ୍ଦେହ ନ କରି ତାହାକୁ ପ୍ରତ୍ୟେକ କଥା ଖୋଲା ଖୋଲି ଭାବରେ କହିବା ଉଚିତ୍ । ପ୍ରତ୍ୟେକ କଥାରେ ଅକାରଣ ସମସ୍ୟା ସୃଷ୍ଟି କରନ୍ତୁ ନାହିଁ । ସ୍ତ୍ରୀ ଯଦି ରାଗିଯାଏ ତେବେ ତା’କୁ ହଇରାଣ କରନ୍ତୁ ନାହିଁ । କାରଣ ପ୍ରତ୍ୟେକ ମନୁଷ୍ୟ ସ୍ବଭାବତଃ କ୍ରୋଧ କରେ  
ଆପଣଙ୍କ ସ୍ତ୍ରୀ ଯଦି କ୍ରୋଧ କରେ, ତେବେ ଆପଣ ଶାନ୍ତ ରୁହନ୍ତୁ ନ ହେଲେ ବିରାଟ ସମସ୍ୟା ଉତ୍ପନ ହୋଇଯିବ । 
ସ୍ତ୍ରୀକୁ ଆପଣ କ୍ରୋଧ ପ୍ରକାଶ କରିବାକୁ ସୁଯୋଗ ଦିଅନ୍ତୁ । ତାହା ହୃଦୟରେ ଚାପି ରଖୁବା ଅପେକ୍ଷା ପ୍ରକାଶ କରିଦେବା ଉତ୍ତମ ଅଟେ । 
ସ୍ତ୍ରୀ ଯେକୌଣସି ଅବସ୍ଥାରେ ଥାଉ ନା କାହିଁକି ତା’କୁ ପ୍ରେମ କରିବା  ଉଚିତ୍ । ଆପଣ କ’ଣ ଚାହାଁନ୍ତି, ପଡ଼ୋଶୀର ସ୍ତ୍ରୀ ଭଳି ଆପଣଙ୍କ ସ୍ତ୍ରୀ ହେଉ ଏହି ପ୍ରକାର ମନୋଭାବ ଠିକ୍ ନୁହେଁ ।
ଆପଣ ସ୍ତ୍ରୀ ନିକଟରେ ଯେଉଁ ପ୍ରତିଜ୍ଞା କରନ୍ତି, ତାହା ପୂରଣ କଲେ ସ୍ୱାମୀ- ସ୍ତ୍ରୀ ସମ୍ବନ୍ଧ ସୁଦୃଢ଼ ହୁଏ । ପ୍ରତିଜ୍ଞା ପୂରଣ ନ କରିବା ସ୍ବାମୀକୁ ସ୍ତ୍ରୀ କି ପ୍ରକାର ପ୍ରେମ କରିପାରବ ? ଯଦି ଆପଣ ପ୍ରମାଣ କରିଦିଅନ୍ତି ଯେ ଆପଣ ପ୍ରତ୍ୟେକ ପ୍ରବୃତ୍ତି ଓ କାର୍ଯ୍ୟରେ ସ୍ତ୍ରୀକୁ ଚାହାଁନ୍ତି, ତେବେ ତାହା ବହୁତ ଲାଭଦାୟକ ସିଦ୍ଧ ହେବ । ଆପଣାର ଯେକୌଣସି ନିର୍ଣ୍ଣୟରେ ସ୍ତ୍ରୀର ସହଯୋଗ ଗ୍ରହଣ କରନ୍ତୁ । ଆପଣଙ୍କ ଜୀବନରେ ପ୍ରତ୍ୟେକ ଅବସ୍ଥାରେ ଯେ ଆପଣଙ୍କୁ ନିଜ ସ୍ତ୍ରୀର ସହଯୋଗ ଆବଶ୍ୟକ, ଏହା ଜାଣି ସେ ଖୁସି ଆନନ୍ଦରେ ରହିବ ।
ଅର୍ଥ ବ୍ୟୟ କରିବା ବିଷୟରେ ମଧ୍ୟ ସ୍ତ୍ରୀର ପରାମର୍ଶ ଗ୍ରହଣ କରିବା ଆବଶ୍ୟକ ଅଟେ । ଆପଣ ଆବଶ୍ୟକତା ସତ୍ତ୍ବେ ତା’ର ଆବଶ୍ୟକତା ମଧ୍ୟ ବୁଝନ୍ତୁ । ହାତରେ ଯଦି ଦୁଇଶହ ଟଙ୍କା ଅଛି ତେବେ ଶହେ ପଞ୍ଚାଅସି ଟଙ୍କାର ପ୍ୟାଣ୍ଟ ପିସ୍ ନେଇ ଘରକୁ ଆସିବା ଠିକ୍ ନୁହେଁ । ଷାଠିଏ ଟଙ୍କାର ପ୍ୟାଣ୍ଟ ପିସ୍ ନେଇ ବାକୀ ପଇସାରେ ଯଦି ତା’ ପାଇଁ ଶାଢ଼ୀ ନେଇ ଆସଛି, ତେବେ ଆପଣଙ୍କ ସ୍ତ୍ରୀ ଜାଣିବ ଯେ ଆପଣ ତା’ ପାଇଁ ଚିନ୍ତା କରନ୍ତି । ଏହିପରି ଅନେକ ଛୋଟ ଛୋଟ ବିଷୟ ଅଛି, ଯାହା ପ୍ରତିଦିନର ଜୀବନରେ ଆପଣ କରିପାରିବେ ।
 ଆପଣା ସ୍ତ୍ରୀ  ବିଷୟରେ ଅନ୍ୟମାନଙ୍କ ସହିତ କଥାବାର୍ତ୍ତା କରିବାରେ ଆପଣଙ୍କର ଅଭିମାନ ହେବା ଉଚିତ୍ । ଆପଣଙ୍କ ସ୍ତ୍ରୀର ଦୁଃଖ ଏବଂ ନିରାଶ ଆପଣଙ୍କ ଉପରେ ମଧ୍ୟ ପ୍ରଭାବ ପକାଇବ । ଆପଣ ଯେପରି ଦୁଃଖୀ ଓ ନିରାଶ ହୁଅନ୍ତି, ସେହିପରି ସ୍ତ୍ରୀ ମଧ୍ୟ ଦୁଃଖୀ ଓ ନିରାଶ ହୁଏ । ଏହି ଚିନ୍ତା ମନରେ ରଖି ତା’ସହିତ ବ୍ୟବହାର କରିବା ଉଚିତ୍ । ଏପରି କେବେ ଭାବିବା ଉଚିତ୍ ନୁହେଁ ଯେ, ଏହିସବୁ ତା’ର ଭୁଲ ପାଇଁ ହୋଇଛି, ତାହାକୁ ହିଁ ଭୋଗ କରିବାକୁ ହେବ ।

ଆପଣଙ୍କ ସ୍ତ୍ରୀଙ୍କର ପ୍ରତ୍ୟେକ କଥା ଆପଣ ଧ୍ୟାନରେ ଶୁଣିବାକୁ ବାଧ୍ୟ ଅଟନ୍ତି | ଜଣେ ସ୍ତ୍ରୀର ଅନେକ କଥା ତା’ର ସ୍ବାମୀକୁ କହିବାକୁ ହେବ, ଯେପରିକି ପିଲାମାନଙ୍କ ବିଷୟରେ, ଆପଣା ରୋଗ ବିଷୟରେ, ଆପଣା ନିରାଶା ବିଷୟରେ, ପଡ଼ୋଶୀ ମାନଙ୍କ ବିଷୟରେ, ସମ୍ପର୍କୀୟ ମାନଙ୍କ ବିଷୟରେ, ଦିନରେ ଘଟିଥିବା କୌଣସି ଘଟଣା ବିଷୟରେ, ଗୃହର ଆବଶ୍ୟକତା ବିଷୟରେ, ଏକାକୀ ବସିଥ‌ିବାବେଳେ ଭୟ ବିଷୟରେ, ଏହିପରି ଶହ ଶହ କଥା ତା’ରସ୍ଵାମୀକୁ କହିବାକୁ ଥିବ | ଏହି କଥା ଶୁଣି ସ୍ଵାମୀଙ୍କର ଉଚିତ ନିର୍ଦ୍ଧେଶ ଦେବା ଆବଶକ ସ୍ଵାମୀ, ସ୍ତ୍ରୀର ଧ୍ୟାନ ରଖୁବା ଉଚିତ୍ । ତାହାକୁ ଜଣେ ଉତ୍ତମ ଶ୍ରୋତା ହେବାକୁ ପଡ଼ିବ ।

❤  Writer by Jaga Santa

Welcome to the Youth of Jesus blog! Here you will find inspiration, encouragement, and guidance for living a Christ-centered life as a young person

Previous Post Next Post