ଜୀବନ ସାଥି

ଜୀବନ  ସାଥି


ସ୍ଵାମୀକୁ ଆପଣା ଦୁର୍ବଳତା ଓ ତ୍ରୁଟିର ବୋଧ ହେବା ଉଚିତ୍ । ଏକ ସ୍ବାମୀ ଭାବରେ ଆପଣଙ୍କର ମଧ୍ୟ ଦୁର୍ବଳତା ଥାଇପାରେ । ଧ୍ୟାନ ରଖନ୍ତୁ ଆପଣଙ୍କର ମଧ୍ୟ ସ୍ତ୍ରୀର ସାହାଯ୍ୟ ଆବଶ୍ୟକ । ଆପଣଙ୍କ ବିଷୟରେ ଆପଣ କ’ଣ କହନ୍ତି - “ମୋତେ ତୋ’ର ସାହାଯ୍ୟର ଆବଶ୍ୟକତା ନାହିଁ । ମୁଁ ନିଜେ ସବୁ କରିପାରେ ।” ଆପଣ କ’ଣ ଏପରି ଏକ ସ୍ଵାମୀ ଅଟନ୍ତି, ଯେ’କି ନିଜକୁ ପରିପୂର୍ଣ୍ଣ ମନେ କରି ଏକାକୀ ଚାଲନ୍ତି ? ସ୍ନେହପୁର୍ବକ, ନମ୍ରତା ସହ ମିଳିମିଶି ଏକ ସୁସୁ ପରିବାର ଗଠନ କରିବା ପାଇଁ 
ଆପଣା ସହଯୋଗ କରନ୍ତୁ ପୁଣି ଆପଣ ସ୍ତ୍ରୀକୁ ଜୀବନରେ ଉଚିତ ସ୍ଥାନ ଦିଅନ୍ତୁ 
ଆପଣା ସ୍ତ୍ରୀର କଥାକୁ ମହତ୍ତ୍ବ ଦିଅନ୍ତୁ । ଅନ୍ୟ ଲୋକମାନଙ୍କ ଠାରୁ ବେଶୀ ଆପଣଙ୍କ ସ୍ତ୍ରୀ ଆପଣଙ୍କ ବିଷୟରେ ବେଶୀ ଜାଣେ ଅନ୍ୟ ଲୋକମାନେ ଆପଣଙ୍କ ବାହ୍ୟ ଜୀବନ ବିଷୟରେ ଜାଣନ୍ତି । ମାତ୍ର ଆପଣଙ୍କର ବାହ୍ୟ – ଆଭ୍ୟନ୍ତର, ଜୟ - ପରାଜୟ ଓ ଦୁର୍ବଳତା – ସରଳତାକୁ କେବଳ ଆପଣଙ୍କ ସ୍ତ୍ରୀ ହିଁ ଜାଣେ । ଆପଣଙ୍କର କୌଣସି ନିର୍ଣ୍ଣୟରେ ସ୍ତ୍ରୀ କହେ – ସେହିପରି ନୁହେଁ ଏପରି ଠିକ୍ ହେବ, ତେବେ ଧାନରେ ଶୁଣି ତାହା ଯଦି ଗ୍ରହଣ କରିବା ଯୋଗ୍ୟ ହୁଏ, ତେବେ ଗ୍ରହଣ କରନ୍ତୁ ।


ଆପଣ ଏବଂ ଆପଣଙ୍କର ସ୍ତ୍ରୀ

ବାଇବେଲ କହେ ଏହି କାରଣରୁ ପୁରୁଷ ପିତାମାତାଙ୍କୁ ପରିତ୍ୟାଗ କରି ନିଜ ସ୍ତ୍ରୀ ଠାରେ ଆସକ୍ତ ହେବ, ଆଉ ସେ ଦୁହେଁ ଏକାଙ୍ଗ ହେବେ ।” (ମାଥ୍  ୧୯:୫) ଏହାର ଉଦ୍ଦେଶ୍ୟ ନୁହେଁ ଯେ ପୁରୁଷ ଆପଣା ପିତା – ମାତାଙ୍କୁ ଏହା ପ୍ରେମ କରିବ ନାହିଁ । ସ୍ଵାମୀର ସ୍ତ୍ରୀ ପ୍ରତି ଯେଉଁ ପ୍ରେମ ତାହା ଏକବାରେ ସ୍ଵତନ୍ତ୍ର ଅଟେ । ଆପଣଙ୍କ ସ୍ତ୍ରୀ ପ୍ରତି ଯେଉଁ ପ୍ରେମ ଓ ଧ୍ୟାନ ଅଛି ତାହା ଅନ୍ୟ କେହି ନ କରୁ 


ପ୍ରତ୍ୟେକ ମନୁଷ୍ୟ ଜୀବନରେ ନିରାଶା ଆସେ । ମୁଁ ଏବଂ ମୋର ସ୍ତ୍ରୀ ଜୀବନରେ ମଧ୍ୟ ଅନେକ ଥର ନିରାଶ ଆସିଛି । ସ୍ବାମୀର ଦୁଃଖରେ ସ୍ତ୍ରୀ ଅବଶ୍ୟ ସାହଯ୍ୟ କରେ । ସେହିପରି ସ୍ତ୍ରୀର ଜୀବନରେ ଯେତେବେଳେ ଜଞ୍ଜାଳ ଆସେ ସେତେବେଳେ ସ୍ଵାମୀ ଯେପରି ତା’କୁ ସାହାଯ୍ୟ କରିବାକୁ ଭୁଲି ନ ଯାଏ ।
ସ୍ତ୍ରୀ ଦ୍ବାରା କରାଯାଇଥିବା ପ୍ରତ୍ୟେକ ଛୋଟ ବଡ଼ କାର୍ଯ୍ୟ ପାଇଁ ଆପଣ ତାହାକୁ ଧନ୍ୟବାଦ ଦିଅନ୍ତୁ । ଆମ ଦେଶରେ ସାଧାରଣତଃ ସ୍ତ୍ରୀକୁ ସକାଳ ଚାରିଟାରୁ ରାତି ଏଗାରଟା ଯାଏ ଗଧ ଭଳି କାର୍ଯ୍ୟ କରିବାକୁ ପଡ଼ିଥାଏ । ରୋଷେଇ କରିବା, ପିଲାଙ୍କୁ ଗାଧୁଆପାଧୁଆ କରି ସ୍କୁଲ ପଠାଇବା, ଗାଈ ଦୁହିଁବା, ଲୁଗା ଧୋଇବା ଏହିପରି ଅନେକ କାର୍ଯ୍ୟ ସ୍ତ୍ରୀ’ମାନଙ୍କୁ କରିବାକୁ ପଡ଼ିଥାଏ । ମାତ୍ର ସ୍ଵାମୀ ଭଲ ଲୁଗା ପିନ୍ଧି, କୌଣସି କଥା ନ ବୁଝି ବୁଲୁଥାଏ । ଗୃହର କୌଣସି କାର୍ଯ୍ୟ ପ୍ରତି ତା’ର ଧ୍ୟାନ ନ ଥାଏ । କ’ଣ କହିବି, ସ୍ତ୍ରୀର ଏହି ନିଃସ୍ବାର୍ଥପର ସେବା ପାଇଁ ସ୍ବାମୀର ମୁଖରୁ ଧନ୍ୟବାଦର ଗୋଟିଏ ଶବ୍ଦ ମଧ୍ୟ ବାହାରେ ନାହିଁ । 
 ପରମେଶ୍ୱର ଚାହାନ୍ତି ଯେପରି ପ୍ରବଲ ବର୍ଷାରେ ଆପଣାକୁ ବର୍ଷାରୁ ରକ୍ଷା ପାଇବା ପାଇଁ ଆମେ ଏକ ଛତାର ବ୍ୟବହାର କରିଥାଉ, ସେହିପରି ସ୍ଵାମୀକୁ ସ୍ତ୍ରୀ ଉପରେ ଆସୁଥ‌ିବା ପ୍ରତ୍ୟେକ ବିପଦରୁ ତାହାକୁ ରକ୍ଷା କରିବା ଉଚିତ

ଏହି କଥା ପ୍ରତ୍ୟେକ ସ୍ବାମୀ ଚିନ୍ତା କରନ୍ତୁ ଯେ କ’ଣ ଆପଣଙ୍କ ସ୍ତ୍ରୀ ନିର୍ଭୀକ ହୋଇ ଆପଣଙ୍କ ସହିତ ରହିପାରେ ? ଗୃହରେ ନିଆଯାଉଥ‌ିବା ପ୍ରତ୍ୟେକ ନିଷ୍ପତ୍ତିରେ ସ୍ତ୍ରୀର ସହଯୋଗ ଥ‌ିବା ଆବଶ୍ୟକ । ପ୍ରକୃତରେ ଯଦି କୁହାଯାଏ ତେବେ ପିଲାଙ୍କ ପଢ଼ା ବିଷୟରେ, ତାହାର ଚାକିରି ବିଷୟରେ, କେଉଁଆଡ଼େ ଯିବା ବିଷୟରେ, କାହାରିକୁ ନିମନ୍ତ୍ରଣ କରିବା ବିଷୟରେ, ଅର୍ଥବ୍ୟୟ ବିଷୟରେ, ସ୍ତ୍ରୀର ଇଚ୍ଛା ଜାଣିବା ଆବଶ୍ୟକ । ଆପଣା ଇଚ୍ଛା ଅନୁସାରେ ପ୍ରତ୍ୟେକ ନିଷ୍ପତ୍ତି ନେବା ଠିକ୍ ନୁହେଁ । ତା’ ସହିତ ଯଦି ଆପଣ ନିଜର ଇଚ୍ଛାକୁ ଜବରଦସ୍ତ ପ୍ରୟୋଗ କରିବାକୁ ଇଚ୍ଛା କରନ୍ତି, ତେବେ ଗୃହରେ ଅଶାନ୍ତି ଉତ୍ପନ୍ନ ହେବ । ପ୍ରିୟ ବନ୍ଧୁ, ଏବେଯାଏ ଆମେ ଏକ ସୁସୁ ଆଶିଷମୟ ପରିବାର ଗଠନ ନିମନ୍ତେ ଆବଶ୍ୟକ ବିନ୍ଦୁ ଉପରେ ଆଲୋଚନା କଲୁ । ଉପରୋକ୍ତ ବିଷୟରେ ଆପଣ ଯଦି ପରାଜିତ ହଇଯାଇଛନ୍ତି, ତେବେ ଆଜି ଆପଣ ଜୀବନଙ୍କ ସୁଧାରନ୍ତୁ ଏବଂ ପରମେଶ୍ୱରଙ୍କୁ ପ୍ରାର୍ଥନା କରନ୍ତୁ ଯେପରି ଆପଣଙ୍କ ପରବାରିକ ଜୀବନକୁ ସୁବ୍ୟଵସ୍ଥିତ କରନ୍ତି

❤ Writer by Jaga Santa

Welcome to the Youth of Jesus blog! Here you will find inspiration, encouragement, and guidance for living a Christ-centered life as a young person

Previous Post Next Post